ଆମଭାରତ ( ପୁରୀ )୨ା୯ : ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା ହୋଇଛି । ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିଗୃହୀତ ଅଞ୍ଚଳର ସବୁ ପରିବାରକୁ କ୍ଷତିପୂରଣ ସହାୟତା ମିଳିବ । ସ୍ଥାନାନ୍ତରିତ ପରିବାରକୁ ୫୦ହଜାର ଟଙ୍କାର ପରିବହନ ଖର୍ଚ୍ଚ ମିଳିବ । ଜମି ବା ଘର ପାଇବା ଯାଏ ମାସିକ ୧୦ହଜାର ଟଙ୍କାର ଘରଭଡ଼ା ବି ମିଳିବ । ୩ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜଗୁଡ଼ିକୁ ୧୦ଲକ୍ଷ ଟଙ୍କା ମିଳିବ । ୩ହଜାର ବର୍ଗଫୁଟରୁ କମ ଅଞ୍ଚଳଥିବା ଲଜୁ ଗୁଡ଼ିକୁ ୫ଲକ୍ଷ ଟଙ୍କା ମିଳିବ । ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏକକାଳୀନ ୩୦ହଜାର ଟଙ୍କା ମିଳିବ । ସେମାନଙ୍କ ବ୍ୟବସାୟ ପାଇଁ ଜାଗା ଜିଲ୍ଲାପାଳ ଯୋଗାଇବେ । ସୁରକ୍ଷିତ ଜୋନର ମଠ ପାିଁ ଏକ ବିସ୍ତୃତ ଥଇଥାନ ଓ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ଦିନ ଭିତରେ ଜାଗା ଛାଡ଼ିଲେ ଅଧିକ ସହାୟତା ମିଳିବ । ସେମାନଙ୍କୁ ପ୍ୟାକେଜ ସହିତ ୧୦ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ ।