Odisha Latest Breaking News & Current Headlines

ସିବିଆଇ ଧରିଲା ଲାଞ୍ଚ ନେଉଥିବା RPF ପୁଲିସ୍‌କୁ ।

0

ଆମଭାରତ(  ବାରିପଦା ) ୨୮/୮ :

ବାରିପଦା ରେଳୱେ ଷ୍ଟେସନ ରେ  RPF ଦୁଇ ଜଣଙ୍କୁ ଆଜି ସିବିଆଇ ଗିରଫ କରିଛି। ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ। ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସିବିଆଇର ୨୦ ଜଣିଆ ଦଳ ଏହି ଚଢ଼ଉ କରିଥିଲେ।
ବାରିପଦା ରେଳ ଷ୍ଟେସନ୍‌ ସମ୍ମୁଖରେ ଥିବା ରେଳ ବିଭାଗର ଜମିରେ ବହୁ ଦୋକାନ ଗଢ଼ି ଉଠିଛି। କିଛି ଦିନ ତଳେ ଏହି ଦୋକାନ ଗୁଡ଼ିକୁ ରେଳ ବିଭାଗ ଉଚ୍ଛେଦ କରିଛି। ମାତ୍ର ଏଥିରେ ଜୟନ୍ତ କୁମାର ମହାନ୍ତିଙ୍କ ହୋଟେଲ୍‌ ଥିଲା। କିନ୍ତୁ ଏହାକୁ ଉଚ୍ଛେଦ କରାଯାଇନଥିଲା। ଏଥିପାଇଁ ଆର୍‌ପିଏଫ୍‌ର କିଛି କର୍ମଚାରୀ ୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ନିଜ ହୋଟେଲ୍‌ ବଞ୍ଚାଇବା ପାଇଁ ଜୟନ୍ତ ଏଥିରେ ରାଜି ହୋଇଥିଲେ। ପରେ ଏନେଇ ସେ ସିବିଆଇ ଅଫିସରେ ଅଭିଯୋଗ କାରିଥିଲେ।

ଯୋଜନା ମୁତାବକ ଶ୍ରୀ ମହାନ୍ତି ଆଜି ଲାଞ୍ଚ ବାବଦକୁ ୧୦,୦୦୦ ଟଙ୍କା ଦେଉଥିବା ବେଳେ ସାଦା ବେଶରେ ଥିବା ସିବିଆଇ ଅଧିକାରୀମାନେ ଆର୍‌ପିଏଫ୍‌ ଇନ୍ସପେକ୍ଟର ଅମିତ କୁମାର ଓ କନ୍‌ଷ୍ଟେବଲ୍‌ ପ୍ରମୋଦ କୁମାର ମାରାଣ୍ଡିଙ୍କୁ ଗିରଫ କରିଥିଲା। ତେବେ ଅନ୍ୟ ଜଣେ କନ୍‌ଷ୍ଟେବଲ୍‌ ଭାଗରାଇ ମୁର୍ମୁ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.