Odisha Latest Breaking News & Current Headlines

କାଳିଆ ଯୋଜନାରେ କେତେ ଜଣ ହେଲେ ଅଯୋଗ୍ୟ ହିତାଧିକାରୀ ପଢନ୍ତୁ ?

0

ଆମଭାରତ( ଭୁବନେଶ୍ୱର ) ୨୨/୮ : ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ବାଣ୍ଟିଛନ୍ତି କାଳିଆ ଟଙ୍କା, ପାଣିରେ ପଡିଲା ୧୩୩କୋଟି ଟଙ୍କା !କାଳିଆ ତାଲିକାରେ ଲକ୍ଷ ଲକ୍ଷ  ଅଯୋଗ୍ୟ ହିତାଧିକାରୀ। ୫୧ ଲକ୍ଷ ହତାଧିକାରୀଙ୍କ ମଧ୍ୟରୁ ମାତ୍ର ୩୮ଲକ୍ଷ ହିତାଧିକାରଙ୍କ କାଗଜ ପତ୍ର ଜାଞ୍ଜ ହୋଇଛି। ସେଥିରୁ ୨ଲକ୍ଷ୬୬ହଜାର ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଆହୁରି ୨ରୁ୩ଲକ୍ଷ ଅଯୋଗ୍ୟ ହିତାଧିକାରୀ ବାହାରିବେ । ଏତେ ସଂଖ୍ୟକ ଅଯୋଗ୍ୟ ହତିଧିକାରୀ କେମିତି ସାମିଲା ହେଲେ ଏବଂ ସେମାନଙ୍କୁ ବିନା ଯାଞ୍ଚରେ ଦିଆଯାଇଥିବା କୋଟି କୋଟି ଟଙ୍କା ପାଇଁ କିଏ ଦାୟୀ ହେବ ସେନେଇ ଉଠିଛି ପ୍ରଶ୍ନ।ଅଗଷ୍ଟ ୩୧ ତାରିଖରେ ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବ।  ସେତେବଳକୁ ଅଯୋଗ୍ୟ ହତାଧିକାରିଙ୍କ ସଂଖ୍ୟା ୫ଲକ୍ଷ ହେବ ବୋଲି ଆଶାଙ୍କା କରୁଛି ବିଭାଗ। ଯାଞ୍ଜ ପ୍ରକିୟା ଶେଷ ହେବା ପରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ପାଇଛନ୍ତି ସେମାନଙ୍କ ଠାରୁ ଫେରାଇବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।କାଳିଆ ଯୋଜନା ନିର୍ବାଚନ ପାର୍‌ କଲା। ନିର୍ବାଚନ ସରିଲେ ଆହୁରି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କୁହାଗଲା। କିନ୍ତୁ ଏବେ ନିର୍ବାଚନ ପରେ କାଳିଆ ଯୋଜନା ଏବେ ତଣ୍ଟିର କଣ୍ଟା ହେବାକୁ ବସିଲାଣି।  କେମିତି ଯୋଜନାରୁ ଲୋକଙ୍କୁ ବାଦ୍‌ ଦିଆଯିବ ସେନେଇ ଚାଲିଛି ଗଣତି।ଏହି ୧୩୩ କୋଟି ପାଣିରେ ପଡ଼ିଲା ବୋଲି କୁହାଯାଇପାରିବ। ରାଜ୍ୟରେ ଏବେସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଛି ବୋଲି ସରକାର ସ୍ବୀକାର କରିଛନ୍ତି । ଅଗଷ୍ଟ ୨୨ ତାରିଖ ସୁଦ୍ଧା ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କୁ ଯାଞ୍ଜ କରାଯାଇଛି।କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ ।

Leave A Reply

Your email address will not be published.