Odisha Latest Breaking News & Current Headlines

ଜମ୍ମୁ – କାଶ୍ମୀରବାସୀଙ୍କ ପାଇଁ ସରକାରଙ୍କ ଖାସ୍ ବ୍ୟବସ୍ଥା l

0

ଆମଭାରତ 12/8 : ଜମ୍ମୁ – କାଶ୍ମୀରରେ ଧାରା ୩୭୦ ହଟିବା ପରେ ଅଧିକାଂଶ ସ୍ଥାନରେ ଏବେ ବି ୧୪୪ ଧାରା ଲାଗିଛି । ଧିରେ ଧିରେ ସ୍ଥିତି ସୁଧୁରିଲେ ମଧ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି । ତେବେ ଶୁକ୍ରବାର ଘାଟି ଏବଂ ପୁରା କାଶ୍ମୀରରେ ଧାରା ୧୪୪ କୁ କୋହଳ କରାଯାଇଥିଲା । କିନ୍ତୁ ଶ୍ରୀନଗରରେ ପୂର୍ବଭଳି କର୍ଫ୍ୟୁ ଅବସ୍ଥା ଜାରୀ ରହିଥିଲା । ସେନା ଏବଂ ସୁରକ୍ଷାବଳ ଘର ଘର ବୁଲି ଲୋକଙ୍କୁ ସୁରକ୍ଷା ପାଇଁ ସଚେତନ କରୁଥିଲେ ଏବଂ ବାହାରକୁ ବାହାରିବା ପାଇଁ ବାରଣ କରୁଥିଲେ ।

ଜମ୍ମୁ – କାଶ୍ମୀରବାସୀଙ୍କ ପାଇଁ ସରକାରଙ୍କ ଖାସ୍ ବ୍ୟବସ୍ଥା :

୧ . ଛୁଟି ଦିନରେ ମଧ୍ୟ ଖୋଲିବ ବ୍ୟାଙ୍କ୍

୨ . ୨୪ ଘଣ୍ଟା କାମ କରିବ ଏଟିଏମ୍

୩ . କର୍ମଚାରୀଙ୍କ ବେତନ ଜାରୀ

୪ . ପରିବା,କ୍ଷୀର ,ଅଣ୍ଡା ଭଳି ସାମଗ୍ରୀ ଘର ପର୍ଯ୍ୟନ୍ତ ପହଁଚାଯାଉଛି ।

୫ . ପ୍ରତି ଜିଲ୍ଲାରେ ତେଜରାତି ଦୋକାନ ଖୋଲା

୬ . କାଶ୍ମୀର ଡିଭିଜନ୍ ରେ ୩,୩୫୭ ତେଜରାତି ଦୋକାନ ଖୋଲା

୭ . ରାଜ୍ୟରେ ଭରପୂର ପରିମାଣରେ ଉପଯୁକ୍ତ ସାମଗ୍ରୀ ମହଜୁତ୍

୮ . ବନ୍ଦ ରହିବନି କୌଣସି ଡାକ୍ତରଖାନା

୯ . ୩୦୦ ସ୍ପେଶାଲ୍ ଫୋନ୍ ବୁଥ୍ କାମ କରିବ

୧୦ . ୨୪ ଘଣ୍ଟିଆ ବିଜୁଳୀ , ପାଣି ସପ୍ଲାଏ

୧୧ . ଇଦ୍ ପାଇଁ କିରାଣୀ,ମିଠେଇ ଏବଂ ଅନ୍ୟାନ୍ୟ ଦୋକାନ ଖୋଲା

୧୨ . କାଶ୍ମୀର ଛାତ୍ରଙ୍କ ପାଇଁ ଖାସ୍ ବ୍ୟବସ୍ଥା

୧୩ . ଇଦ୍ ରେ ଘରକୁ ଆସୁଥିବା ଛାତ୍ରମାନଙ୍କ ପାଇଁ ଅଧିକାରୀ ନିଯୁକ୍ତ

୧୪ . ଶ୍ରୀନଗର ଏୟାରପୋର୍ଟରୁ ସବୁ ବିମାନ ଚଳାଚଳ

୧୫ . ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ମାଜିଷ୍ଟ୍ରେଟ୍ ନିଯୁକ୍ତ

Leave A Reply

Your email address will not be published.