ଆମ ଭାରତ ( ଖୋର୍ଦ୍ଧା ) 10/8 : ଟ୍ରେନ୍ରେ ଏକ ବଡ଼ ଧରଣର ଲୁଟ୍ କରିବା ପୂର୍ବରୁ ୪ଜଣ ଲୁଟେରା ଧରା ପଡ଼ିଛନ୍ତି। ଖୋର୍ଦ୍ଧା ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରୁ ଏହି ସମସ୍ତ ଲୁଟେରାଙ୍କୁ ଜିଆରପି ଏବଂ ଆରପିଏଫ୍ର ଟିମର ସହଯୋଗରେ ଧରିଛନ୍ତି। କିଛି ସମୟ ବ୍ୟବଧାନରେ ଅଲଗା ଅଲଗା ଧରା ହେଲେ ଲୁଟେରା l
ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି। ଛୁରୀ, ଖୁର, ଖେଳନା ବନ୍ଧୁକ, ଲଙ୍କାଗୁଣ୍ଡ ଏବଂ ୧୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ଗିରଫ ହୋଇଥିବା ଡକାୟତମାନେ ଟ୍ରେନରେ ଯାତ୍ରୀମାନଙ୍କୁ ଭୟ ଦେଖାଇ ଲୁଟପାଟ୍ କରିବାକୁ ଯୋଜନା କରିଥିଲେ।