ଜିଲ୍ଲା ଯୋଜନା କମିଟିରେ ୧୭ ମନ୍ତ୍ରୀ, ୧୨ ବିଧାୟକ । ଓଡ଼ିଶାବଡ ଖବରରାଜନୀତି By Ama Bharat Last updated Aug 10, 2019 0 Share ଆମଭାରତ ( ଭୁବନେଶ୍ବର ) ୯/୮ : ୧୭ ଜଣ ମନ୍ତ୍ରୀଙ୍କୁ ୧୮ ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାରେ ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ୧୭ ଜଣ ମନ୍ତ୍ରୀଙ୍କୁ ନେଇ ଏହି ତାଲିକାରେ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ, କନିଷ୍ଠ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ପ୍ରେମାନନ୍ଦ ନାୟକଙ୍କ ନାଁ ନାହିଁ । ଓଲଟି ପ୍ରଫୁଲ୍ଲ ମଲ୍ଲିକଙ୍କ ହାତରେ ଦେବଗଡ଼ ଓ କେନ୍ଦୁଝର ଦୁଇଟିଯାକ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଗତ ସରକାରରେ ୧୬ ଜଣ ଦଳୀୟ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ଏଥର ବିଧାୟକ ସଂଖ୍ୟା ୧୨କୁ ଖସିଆସିଛି । କିଏ କେଉଁ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ପ୍ରତାପ ଜେନା- ମୟୁରଭଞ୍ଜ ଅନନ୍ତ ଦାସ- ବାଲେଶ୍ୱର ବ୍ୟୋମକେଶ ରାୟ- ଭଦ୍ରକ ସମୀର ରଞ୍ଜନ ଦାଶ- ଯାଜପୁର ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କେନ୍ଦ୍ରାପଡ଼ା ପ୍ରଶାନ୍ତ କୁମାର ମୁଦୁଲି- ଜଗତସିଂହପୁର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ- କଟକ ନିରଞ୍ଜନ ପୂଜାରୀ- ପୁରୀ ପ୍ରଶାନ୍ତ କୁମାର ଜଗଦ୍ଦେବ- ଖୋର୍ଦ୍ଧା ସତ୍ୟନାରାୟଣ ପ୍ରଧାନ- ନୟାଗଡ଼ ଶ୍ରୀକାନ୍ତ ସାହୁ- ଗଞ୍ଜାମ ମହୀଧର ରଣା- ବୌଦ୍ଧ ଜଗନ୍ନାଥ ସାରକା- ଗଜପତି ବିକ୍ରମ କେଶରୀ ଆରୁଖ- କନ୍ଧମାଳ ସୁଦାମ ମାରାଣ୍ଡି- ସୋନପୁର ଶ୍ରୀମତୀ ପଦ୍ମିନୀ ଦିଆନ- ରାୟଗଡ଼ା ରଘୁରାମ ପଡ଼ଲ- କୋରାପୁଟ ରଘୁନନ୍ଦନ ଦାସ- ନବରଙ୍ଗପୁର ତୁଷାରକାନ୍ତି ବେହେରା- ମାଲକାନଗିରି ରାଜେନ୍ଦ୍ର ଢ଼ୋଲକିଆ- ନୂଆପଡ଼ା ନବ କିଶୋର ଦାସ- ବଲାଙ୍ଗୀର ଦେବେଶ ଆଚାର୍ଯ୍ୟ- ବରଗଡ଼ ସୁଶାନ୍ତ ସିଂ- ସମ୍ବଲପୁର ପଦ୍ମନାଭ ବେହେରା- ଝାରସୁଗୁଡ଼ା ସାରଦା ପ୍ରସାଦ ନାୟକ- ସୁନ୍ଦରଗଡ଼ ଅଶୋକ ଚନ୍ଦ୍ର ପଣ୍ଡା- ଅନୁଗୁଳ ଦିବ୍ୟଶଙ୍କର ମିଶ୍ର- ଢ଼େଙ୍କାନାଳ ପ୍ରଫୁଲ୍ଲ କୁମାର ମଲ୍ଲିକ- ଦେବଗଡ଼/କେନ୍ଦୁଝର ଶ୍ରୀମତୀ ଟୁକୁନି ସାହୁ- କଳାହାଣ୍ଡି 0 Share