Odisha Latest Breaking News & Current Headlines

ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଓଲା, ଉବର୍‌ ଉପରେ ଲାଗିବ ରୋକ୍ ।

0

 ଆମଭାରତ  ( ନୂଆଦିଲ୍ଲୀ   ) ୩୧/୭ :  ଓଲା, ଉବର୍‌ ପରି ମୋବାଇଲ ଆପ୍‌ ଜରିଆରେ ‘କ୍ୟାବ’ (ଟ୍ୟାକ୍ସି) ସେବା ଯୋଗାଉଥିବା କମ୍ପାନିମାନଙ୍କର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଓଲା,  ଉବେର  ବ୍ୟବହାର କରୁଥିବା ମହିଳା ଯାତ୍ରୀମାନଙ୍କର ଯାତ୍ରା ଏଥିରେ ସୁରକ୍ଷିତ ରହୁ ନଥିବା ନେଇ ପ୍ରତିଦିନ ଏକାଧିକ ଅଭିଯୋଗ ଦେଶର ବିଭିନ୍ନ କୋଣରୁ ସାମନାକୁ ଘଟଣା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। କ୍ୟାବରେ ଏକୁଟିଆ ଯାତ୍ରା କରୁଥିବା ମହିଳା ଯାତ୍ରୀମାନେ ବହୁ କ୍ଷେତ୍ରରେ କ୍ୟାବ୍‌ ଡ୍ରାଇଭରଙ୍କ ଦ୍ୱାରା ଅସଦାଚରଣର ଶିକାର ହେଉଥିବା ଦେଖିବାକୁ ମିଳିଛି।

ଏ ପରିପ୍ରେକ୍ଷୀରେ କ୍ୟାବ୍‌ରେଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆଗତ ଏକ ମାମଲାର ଶୁଣାଣି ବେଳେ ଆଜି (ବୁଧବାର) ସୁପ୍ରିମ୍‌ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌ ସୁଭାଷ ରେଡ୍ଡି ଓ ଜଷ୍ଟିସ୍‌ ବି ଆର୍‌ ଗଭାଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ବିଚାର କରି କ୍ୟାବ୍‌ରେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରିବା ପାଇଁ ନୂତନ ଆଇନ୍‌ ସହ ନୂତନ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଯଦି ଆବଶ୍ୟକ ପଡ଼େ ତେବେ ଆଇନ୍‌ରେ ମଧ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.