ଆମଭାରତ ( ଭୁବନେଶ୍ୱର ) ୨୪/୭ :
# ପାଟକୁରା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ସାବିତ୍ରୀ ଅଗ୍ରୱାଲ ବିଜୟୀ, ହାରିଲେ ବିଜୟ ମହାପାତ୍ର, କଂଗ୍ରେସ ଅମାନତ ହରାଇଲା।ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡିର ବାଜିମାତ, ବିଜେଡିର ସାବିତ୍ରୀ ଅଗ୍ରୱାଲ ୧୭,୯୨୦ ଭୋଟ୍ରେ ବିଜୟୀ, ୧୮ ରାଉଣ୍ଡରେ ୧ ଲକ୍ଷ ୭୬ ହଜାର ୬୨୪ ଭୋଟ୍ ଗଣତି ଶେଷ, BJD-୯୬,୦୧୭, BJP-୭୮,୦୯୭, କଂଗ୍ରେସ-୨୧୦୪, ପୋଷ୍ଟାଲ ଭୋଟ୍ (୫୧): BJD-୧୩, BJP-୩୬ ଓ କଂଗ୍ରେସ-୨
# ରାତି ୮ଟା ୩୦ ସୁଦ୍ଧା ୧୪ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା: ୧୪ ଜିଲ୍ଲା-ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, ନୟାଗଡ଼, ଖୋର୍ଦ୍ଧା ଓ କଟକରେ ବି ହୋଇପାରେ ଭୀଷଣ ବଜ୍ରପାତ ।
# ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି, ଆନ୍ଧ୍ର ପ୍ରଦେଶ ସହିତ ସେ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ।
# ବିହାରରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣଙ୍କର ମୃତ୍ୟୁ ।
# ଆସାମରେ ବନ୍ୟା ପରିସ୍ଥିତି ଭୟାବହ, ୨୮ ଲକ୍ଷ ଲୋକ ପ୍ରଭାବିତ, ୬୯ ଜଣଙ୍କର ମୃତ୍ୟୁ ।
# ୨୭୪ କୋଟି ଜାମ୍ମୁ କାଶ୍ମୀର ବ୍ୟାଙ୍କ ଦୁର୍ନୀତି ମାମଲାରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ
# କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଥାନାର ନିୟମଗିରି ଅଞ୍ଚଳରେ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ।
# କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷଦ୍ୱାରା ମଧ୍ୟସ୍ଥତାର ପ୍ରଶ୍ନ ଉଠୁ ନାହିଁ, ଏହା ସିମ୍ଳା ରାଜିନାମାକୁ ଲଙ୍ଘନ କରିବ ବୋଲି ଶୂନ୍ୟକାଳରେ ଲୋକସଭାରେ ବିବୃତ୍ତି ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
# ବୋରିସ୍ ଜନ୍ସନ୍ ଆଜି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ।
ଆଞ୍ଚଳିକ :
# କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଥାନାର ନିୟମଗିରି ପାହାଡ ଅଞ୍ଚଳରେ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ।
# ରାଜ୍ୟର ବିଭିନ୍ନ ସ୍ଥାନରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇଛି।
# ଗ୍ରୀନ୍ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ଗତ ୨୦୧୮-୧୯ ବର୍ଷରେ ମୋଟ୍ ୫୯ କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ୫୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
# ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅପହରଣ, ନାବାଳିକାଙ୍କ ପ୍ରତି ଅସଦାଚରଣକୁ ନେଇ କଟକ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, କଟକ-ବାରବାଟୀ ବିଧାୟକ ତଥା କଟକ ନଗର କଂଗ୍ରେସ କମିଟି ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
# ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ମୃତଦେହରୁ ଆଖି ଗାଏବ ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା, ଜଣେ ନାବାଳିକାକୁ ବଳାତ୍କାର ପରେ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ପୌରାଞ୍ଚଳରେ ଅଳିଆ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ।
# ଆଠଗଡ଼ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସାଦା ପୋଷାକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସିଥିବା ପୁଲିସ ଅଧିକାରୀଙ୍କୁ ସ୍ଥାନୀୟଲୋକେ ନିସ୍ତୁକ ମାଡ ମାରିଛନ୍ତି।
# ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬ତାରିଖ ବେଳକୁ ଲଘୁଚାପ ବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଜାତୀୟ :
# କର୍ଣ୍ଣାଟକରେ ନୂଆ ସରକାର ଗଠନ ପାଇଁ ଦଳ ସଂସଦୀୟ ବୋର୍ଡ଼ରୁ ନିର୍ଦ୍ଦେଶ ପାଇବାକୁ କର୍ଣ୍ଣାଟକ ବି.ଜେ.ପି. ଅପେକ୍ଷା କରିିଛି। ବିଜେପି ବିଧାୟକ ମଧୁସ୍ୱାମୀ ବୁଧବାର ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି।
# ବିହାରରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଭାଗରୁ ୪୧ ଜଣ ଲୋକ ପ୍ରାଣ ହରାଇଛନ୍ତି।
# କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ସରକାର ପତନ ହେବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ଏନେଇ ବୁଧବାର ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି। ୨୪ ଘଣ୍ଟାରେ କମଳନାଥଙ୍କ ସରକାର ଭାଙ୍ଗିପାରିବୁ କହିଲେ ଗୋପାଳ ଭାର୍ଗବ ।
# ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ରମଣ ସିଂହ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
# ତାମିଲନାଡୁରେ ଡିଏମକେର ପୂର୍ବତନ ମେୟର, ତାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ମଙ୍ଗଳବାର ରାତିରେ ତିରୁନେଲଭେଲି ସହରରେ ଘଟିଛି।
# କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷଦ୍ୱାରା ମଧ୍ୟସ୍ଥତାର ପ୍ରଶ୍ନ ଉଠୁ ନାହିଁ, କାରଣ ଏହା ସିମ୍ଳା ରାଜିନାମାକୁ ଲଙ୍ଘନ କରିବ ବୋଲି ଶୂନ୍ୟକାଳବେଳେ ଲୋକସଭାରେ ବିବୃତ୍ତି ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
# ଗତ ୫ ବର୍ଷ ଭିତରେ ଆୟକର ଆଦାୟ ପରିମାଣ ଦ୍ୱିଗୁଣିତ ହୋଇଛି, ଆୟକର ବିଭାଗ ଦିବସ ପାଳନ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।
# ୨୦୧୮-୧୯ ଆର୍ଥିକ ବର୍ଷପାଇଁ ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ ଦାଖଲର ସମୟସୀମାକୁ ସରକାର ଜୁଲାଇ ୩୧ ପରିବର୍ତ୍ତେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।
# ବେଆଇନ ବାଲି ଖନନ ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଆଇନଗତ ପଦକ୍ଷେପ ବିଷୟ ଲୋଡ଼ି ହୋଇଥିବା ଆବେଦନ ଉପରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର, ସି.ବି.ଆଇ. ଓ ୫ଟି ରାଜ୍ୟଠାରୁ ଜବାବ ଲୋଡ଼ିଛନ୍ତି।
ଆନ୍ତର୍ଜାତୀୟ :
# କଞ୍ଜର୍ଭେଟିଭ୍ ପାର୍ଟିର ନୂଆ ନେତା ବୋରିସ୍ ଜନ୍ସନ୍ ଆଜି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ। ସେ ଆଜି ବକିଙ୍ଗ୍ହାମ୍ ପ୍ୟାଲେସ୍ରେ ରାଣୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠି ତାଙ୍କୁ ନୂଆ ସରକାର ଗଠନପାଇଁ ଆମନ୍ତ୍ରଣ କରାଯିବ।
# ବର୍ଷା ଜନିତ ଦୁର୍ଘଟଣାରେ ନେପାଳରେ ୮ ଜଣଙ୍କର ମୃତ୍ୟୁ ।