ଆମ ଭାରତ ( ବ୍ୟୁର ) ଆସନ୍ତାକାଲି ଭାରତ ବନ୍ଦ ଡାକରାର ଦ୍ୱିତୀୟ ଦିନରେ ସ୍କୁଲ ଓ କଲେଜ ଛୁଟି ରହିବ କି ନାହିଁ ନିଷ୍ପତ୍ତି ନେବେ ଜିଲ୍ଲାପାଳ ଦୁଇ ଦିନିଆ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବନ୍ଦର ଦ୍ୱିତୀୟ ଦିନ ଅର୍ଥାତ ଆସନ୍ତାକାଲି ୨୨ ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସିଂହପୁର, ସମ୍ବଲପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼, କୋରାପୁଟ, ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, ଗଜପତି, ମାଲକାନଗିରି।