Odisha Latest Breaking News & Current Headlines

ଗ୍ୟାସ ସିଲଣ୍ଡର ଦର କେତେ କାମିଲା ଜାଣନ୍ତୁ ?

0

ଆମଭାରତ ( ଭୁବନେଶ୍ୱର ) ୧/୭ :

ଆଜି ଠାରୁ ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ।

ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଏଭଳି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍‌ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ ପାଇବେ। ଅର୍ଥାତ ସବ୍‌ସିଡିରେ ସିଲିଣ୍ଡର ପାଉଥିବା ଗ୍ରାହକମାନେ ୧୪୨.୬୫ ସଞ୍ଚୟ କରିପାରିବେ। ଜୁନ୍‌ ୧ରେ ସିଲିଣ୍ଡର ପିଛା ଦର ୩.୬୫ ଟଙ୍କା ବୃଦ୍ଧି ପାଇଥିଲା।

Leave A Reply

Your email address will not be published.