Odisha Latest Breaking News & Current Headlines

୪ର୍ଥ ଶନିବାର ସରକାରୀ ଛୁଟି ଘୋଷଣା ହେଲା ।

0

ଆମଭାରତ ( ଭୁବନେଶ୍ୱର ) ୨୨/୬ : ସରକାର ନିଜର କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ଏହାସହିତ କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।
ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲୁ ରହିବ ରାଜ୍ୟର ସମସ୍ତ ସରକାରୀ ଦଫ୍ତର । ଏପରିକି ମାତ୍ର ଅଧଘଂଟାଏ ଲଂଚ ବ୍ରେକ୍ ଅର୍ଥାତ୍ ମଧ୍ୟାହ୍ନ ୧.୩୦ରୁ ୨ଟା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ବଡ଼ କଥା ହେଲା କି, ପ୍ରଶାସନରେ କାର୍ଯ୍ୟଦକ୍ଷତାକୁ ବଢାଇପାଇଁ ଏବଂ ଅଧିକ ଲୋକାଭିମୁଖୀ କରିବା ପାଇଁ ପଞ୍ଚମ ପାଳିର ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ତେଣୁ ଖୁବଶୀଘ୍ର ଏହା ଲାଗୁ ହେବାକୁ ଯାଉଛି ।

Leave A Reply

Your email address will not be published.