ଆମଭାରତ ( ପିପିଲି ) ୨୬/୫ :ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବଳଙ୍ଗାରେ ଥିବା ତାଙ୍କ ବାସଭବନ ଉପରକୁ କେହି ଦୁର୍ବୃତ ବୋମାମାଡ କରିଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ବଳଙ୍ଗା ପୁଲିସ ତନାଘନା ଆରମ୍ଭ କରିଛି ।ପିପିଲି ବିଧାନ ସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିିଲେ। ରାଜନୈତିକ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ବୋମା ମାଡରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ଆଶ୍ରିତ ପଟ୍ଟନାୟକଙ୍କ ଘର କବାଟ ଭାଙ୍ଗିଯାଇଛି । ବୋମା ମାଡ ଖବର ପାଇ ବଳଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।