Odisha Latest Breaking News & Current Headlines

ନିର୍ବାଚନ ପରେ ଭଗବାନଙ୍କୁ ସ୍ମରଣ କଲେ ମୋଦି ।

0

ଆମଭାରତ ( କେଦାରନାଥ ) ୧୮/ ୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ସାରି ଶନିବାର କେଦାରନାଥ ଦର୍ଶନରେ ବାହାରିଥିଲେ। ଏହି ଅବସରରେ ଡେରାଡୁନରେ ପ୍ରାୟ ୧.୫ କିଲୋମିଟର ପାହାଡ ଉପରେ ଥିବା ଏକ ଗୁମ୍ଫାରେ ସେ ଧ୍ୟାନ କରିଛନ୍ତି। ଦେଶର ସୁଖ ସମୃଦ୍ଧି ପାଇଁ ସେଠାରେ ମୋଦି ଧ୍ୟାନ କରିଥିବା କୁହାଯାଏ। ଏହି ଗୁମ୍ଫାର ଲମ୍ବ ପ୍ରାୟ ୫ ମିଟର ହୋଇଥିବା ବେଳେ ଚଉଡା ୩ ମିଟର ରହିଛି। ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଗୁମ୍ଫାରେ ମୋଦି ପାଖାପାଖି ୨୦ ଘଣ୍ଟା ରହିବେ ବୋଲି ସୂଚନା ମିଳିଛି। ପ୍ରଥମେ କେଦାରନାଥ ଦର୍ଶନ କରି ବର୍ଷା ସତ୍ତ୍ୱେ ସେଠାରୁ ପାହାଡ ଉପରକୁ ଦେଢ କିଲୋମିଟର ପାଦରେ ଚାଲି ଚାଲି ଯାଇ ମୋଦି ସେଠାରେ ଧ୍ୟାନ କରୁଥିବା କୁହାଯାଉଛି।

Leave A Reply

Your email address will not be published.