Odisha Latest Breaking News & Current Headlines

ସଚିନଙ୍କ କାନ୍ଧରେ ତାଙ୍କ ଗୁରୁଙ୍କ ଶେଷଯାତ୍ରା

0

ଆମ ଭାରତ ( ଵ୍ୟୁର୍ ) ଦିବଂଗତ କ୍ରିକେଟ୍ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ମୁମ୍ବାଇ ଶ୍ମଶାନରେ କରାଯାଇଛି। ଏଥିରେ ଆଚରେକରଙ୍କ ଶିଷ୍ୟ ତଥା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗ ଦେଇଥିଲେ।ରମାକାନ୍ତଙ୍କ ମରଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିୟମ ଯାଏଁ ନିଆଯାଇଥିଲା। ସେଠାରେ ଉଦୀୟମାନ କ୍ରିକେଟରମାନେ ବ୍ୟାଟ୍ ଟେକି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ତେନ୍ଦୁଲକର ଓ ଚନ୍ଦ୍ରକାନ୍ତଙ୍କ ସମେତ ଅନ୍ୟ ଛାତ୍ରମାନେ ରମାକାନ୍ତଙ୍କ ପାର୍ଥିବ ଶରୀରଙ୍କୁ ନିଜ କାନ୍ଧରେ ବୋହି ନେଇଥିଲେ। । ଏହି ଶୋଭାଯାତ୍ରାରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଥାକରେ ମଧ୍ୟ ଯୋଗଦେଇଥିଲେ। ନିଜ ଗୁରୁଙ୍କୁ ହରାଇ ସଚିନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସଚିନ କହିଛନ୍ତି, ଆଚରେକର ସାର୍‌ଙ୍କଠାରୁ ମୁଁ କ୍ରିକେଟ’ର ଏବିସିଡି ଶିଖିଛି। ମୁଁ ଆଜି ଯାହା କିଛି ବି ହୋଇଛି କେବଳ ତାଙ୍କ ପାଇଁ।

Leave A Reply

Your email address will not be published.