Odisha Latest Breaking News & Current Headlines

ଓଡିଶାର ନିର୍ବାଚନ ପ୍ରଚାର ଶେଷ l

0

ଆମଭାରତ ( ଭୁବନେଶ୍ୱର ) 27/4 : ଓଡିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଜି  ପ୍ରଚାର ଶେଷ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି।  ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ପ୍ରଚାର ଜୋରଦାର୍‌ କରାଯାଉଛି। କଂଗ୍ରେସର ଅଣିଜୋ ପଞ୍ଚାୟତରୁ ପ୍ରଚାର ଆରମ୍ଭ  ହୋଇଥିବା ବେଳେ ଆଗରପଡା ସିଟି ସ୍କୁଲ ନିକଟରୁ ଭାଜପା ବାଇକ ରାଲି ଆରମ୍ଭ କରିଛି । ସେହିପରି ବିଜେଡିକର୍ମୀମାନେ ବାଇକ ରାଲି କରିଛନ୍ତି। ନିର୍ବାଚନୀ ପ୍ରଚାର ପାଇଁ ଆଜି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଙ୍କଳ୍ପ ସମାବେଶରେ ସେ ଯୋଗ ଦେବେ। ସେହିପରି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାରାଥନ ପ୍ରଚାର କରିବେ। ପ୍ରଥମେ ପଟ୍ଟାମୁଣ୍ଡାଇର ତିନିମୁହାଣୀରେ ରୋଡ ଶୋ’ କରିବେ। ପରେ ଆଳିରେ ମଧ୍ୟ ରୋଡ୍‌ ଶୋ’ କରି ଅପରାହ୍ନରେ ଟାଙ୍ଗୀରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ।

Leave A Reply

Your email address will not be published.