ଆମଭାରତ ( ଭୁବନେଶ୍ୱର ) 21/4 : ବିଜେଡି ପ୍ରାର୍ଥୀଙ୍କ ଉପରେ ବଡ ଆକ୍ରମଣ । ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ ବଡ ଆକ୍ରମଣ ହୋଇଛି । ଆଜି ନିର୍ବାଚନ ପ୍ରଚାର ପରେ ଫେରୁଥିବା ବେଳେ ଝାରପଡା କେନାଲ ରୋଡରେ ଅନନ୍ତଙ୍କ ଗାଡି ଉପରେ କିଛି ଦୃବୁର୍ତ୍ତ ଅଚାନକ ଆକ୍ରମଣ କରିଥିଲେ । କିଛି ଦୁର୍ବୃତ୍ତ ତାଙ୍କ କାର ଉପରକୁ ୨-୩ଟି ବୋମା ମାଡ଼ କରିଛନ୍ତି । ଗାଡି ଉପରକୁ ବମ ପକାଇଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ଏହି ଆକ୍ରମଣରେ ଅନନ୍ତ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି ।ବୋମାମାଡ଼ ପରେ ସ୍ଥାନୀୟ ଲୋକେ ଜମା ହୋଇ ଯାଇଥିଲେ । ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।