ଆମଭାରତ ( ଭୁବନେଶ୍ୱର ) 19/4 : କେନ୍ଦ୍ରାପଡ଼ା ବାରିମୂଳ ଜେଲରୁ ଝାରପଡାକୁ ସ୍ଥନାନ୍ତର କରାଯାଇଛି।ଏବେ ଭୁବନେଶ୍ବର ଝାରପଡ଼ାରେ ରହିବ ଗ୍ୟାଙ୍ଗଷ୍ଟର ଟିଟୋ । ଆଜି କଡ଼ା ସୁରକ୍ଷା ବଳୟରେ କେନ୍ଦ୍ରାପଡାରୁ ଟିଟୋକୁ ଭୁବନେଶ୍ବର ଅଣାଯାଇଛି ।
ତେବେ ଏହା ପଛର ପ୍ରକୃତ କାରଣ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ୩୦ ଜୁନ ୨୦୧୮ରେ ଟିଟୋକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଏନକାଉଣ୍ଟର କରିଥିଲା।ଗ୍ୟାଙ୍ଗଷ୍ଟର ଟିଟୋ ନାଁରେ ହତ୍ୟା, ଦାଦାବଟି ଓ ବୋମାମାଡ ଭଳି ଅନେକ ସଂଗୀନ ଅପରାଧିକ ମାମଲା ରହିଛି। ଅନ୍ୟପଟେ ଝାରପଡା ଜେଲକୁ ଟିଟୋ ଆସିବା ପରେ ଜେଲରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ।
ତେବେ ନିର୍ବାଚନ ସମୟରେ କେଉଁ କାରଣରୁ ତାଙ୍କୁ ଏହି ଜେଲକୁ ସ୍ଥାନାନ୍ତର କରାଯାଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।