Odisha Latest Breaking News & Current Headlines

ଜୟଦେବ ଯୁଦ୍ଧ କ୍ଷେତ୍ରରୁ ଯାଇ କେନ୍ଦ୍ରାପଡ଼ା କୁରୁକ୍ଷେତ୍ରରେ ଅଙ୍କ କଷିବେ ଶଶି ବେହେରା l

0

ଆମଭାରତ ( ଭୁବନେଶ୍ୱର ) 8/4 : ଜୟଦେବ ଯୁଦ୍ଧ କ୍ଷେତ୍ରରୁ ଯାଇ କେନ୍ଦ୍ରାପଡ଼ା କୁରୁକ୍ଷେତ୍ରରେ କିସମତ୍ କଷିବେ ଶଶି ବେହେରା  । କେନ୍ଦ୍ରାପଡ଼ା ବ୍ୟାଟଲରେ ୨ ବିରୋଧୀ ବେହେରାଙ୍କ ସହ ବିଗ୍ ଫାଇଟ କରିବେ ଶଶି ବେହେରା  । କାରଣ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଶଶିଙ୍କୁ ସିପାହୀ କରିଛି ବିଜେଡି  । ୧୪୭ ଆସନରୁ ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା କରିସାରିଥିବା ବେଳେ କେନ୍ଦ୍ରାପଡ଼ା ପାଇଁ ଅଙ୍କ ଯେତେ କଷୁଥିଲେବି ଉତ୍ତର ବାହାରି ପାରୁନଥିଲା  । ତେଣୁ ବାଧ୍ୟ ହୋଇ ଶଶିଙ୍କୁ ଶେଷ ଅସ୍ତ୍ର କରିଛି ବିଜେଡି  । ଶେଷ ସମୟରେ ଶଶିଙ୍କ ନାମ ଘୋଷଣା କରି ୧୪୭ ସିପାହୀରେ ମୁଣ୍ଡି ମାରିଛି ବିଜେଡି  ।

ତେବେ ଜୟଦେବ ବିଧାନସଭା ଆସନ ପାଇଁ ଶଶିଙ୍କ ନାମ ପରିବର୍ତ୍ତେ ଅରବିନ୍ଦ ଢାଲିଙ୍କ ନାମ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ଶଶିଙ୍କ ଟିକଟ କଟିବା ପରେ ଶଶିଙ୍କ ରାଜନୈତିକ କ୍ୟାରିୟର ଗୋଲ ହୋଇଗଲା ବୋଲି ଚର୍ଚ୍ଚା ହେଉଥିଲା  ।  ମାତ୍ର ଶଶିଙ୍କ ଉପରେ ଖୁସି ଥିବା ନବୀନ ତାଙ୍କୁ କେନ୍ଦ୍ରାପଡ଼ା ଟିକଟ ଦେଇଛନ୍ତି  ।  ମାତ୍ର ଶଶି କେନ୍ଦ୍ରାପଡ଼ା ପାଇଁ ପରିଚିତ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଗ୍ରହଣ କରିନେବେ ସେଠାକାର ଲୋକେ  । କାରଣ ଶଶିଙ୍କ ଶ୍ବଶୁର ଘର ହେଉଛି କେନ୍ଦ୍ରାପଡ଼ା  । ତେଣୁ ଶଶି ଏଥର ମାଆ ମାଟିରୁ ନୁହେଁ ଶଶୁର ଘର ମାଟିରୁ ଲଢ଼େଇ କରିବେ  ।ସେପଟେ ବିଜେପିର ସୁନାକର ବେହେରା ଓ କଂଗ୍ରେସର ଟାଣୁଆ ନେତା ଗଣେଶ୍ବର ବେହେରାଙ୍କ ସହ ବଡ଼ ମୁକାବିଲା କରିବେ ଶଶି  । ଏପ୍ରିଲ ୨୯ରେ ୩ ଛାମୁଆ ନେତାଙ୍କ ମଧ୍ୟରେ ମହାମୁକାବିଲା ହେବ  । ଆସନ୍ତାକାଲି ଶଶି ନାମାଙ୍କନ ଦାଖଲ କରିବେ  ।

Leave A Reply

Your email address will not be published.