ଆମଭାରତ ( ଭୁବନେଶ୍ୱର ) 4/4 : ସାରସକଣା ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର। ଇସ୍ତଫା ପତ୍ର ଗ୍ରହଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛିlସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୂଦାନ ମୁର୍ମୁଙ୍କ ଇସ୍ତଫା ଗୃହିତ ହୋଇନଥିବାରୁ ସେ ଅଡୁଆରେ ଥିଲେ।
ସେ ମୟୂରଭଂଜ ଭାଲୁକି ମେଡିକାଲରେ ଡାକ୍ତର ଥିଲେ। ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରି ୨୦୧୮ଅକ୍ଟୋବର ୪ତାରିଖରୁ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ। କିନ୍ତୁ ଇସ୍ତଫା ଗୃହୀତ ହୋଇନଥିଲା।ଏଥିପାଇଁ ଗତକାଲି ଭୂଦାନଙ୍କ ସହିତ ବିଜେପିର ଲେଖାଶ୍ରୀ ସାମନ୍ତ ସିଂହାର ଓ ସମୀର ମହାନ୍ତି ନବୀନ ନିବାସ ଆଗରେ ଦିନ ତମାମ୍ ଧାରଣା ଦେଇଥିଲେ। ଆଜି ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଥିଲେ। ଏହା ପରେ ଭୂଦାନଙ୍କ ଇସ୍ତଫା ଗୃହୀତ ହୋଇଛି। ଏଥିପାଇଁ ସେ ବହୁତ ଖୁଶି ହୋଇଥିଲେ l