Odisha Latest Breaking News & Current Headlines

କାଠଯୋଡ଼ି ପୋଲ ଉପରେ ବଗି ଛାଡ଼ି ପଳାଇଥିଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍‌ ।

0

ଆମଭାରତ  ( କଟକ ) ୨/୪ :  ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ବେଳେ ବଗି ଛାଡ଼ି ପଳାଇଥିଲା ଇଞ୍ଜିନ୍‌ । କଟକର କାଠଯୋଡ଼ି ପୋଲ ଉପରେ ରାଜଧାନୀ ଏକ୍ସପ୍ରେସରେ ବଗି ଠାରୁ ଇଞ୍ଜିନ ଅଲଗା ହୋଇଯାଇଥିଲା। ଫଳରେ ରାଜଧାନୀ ପୋଲ ଉପରେ ସମସ୍ତ ଏସି ବଗି ଗୁଡିକ ଅଟକି ରହିଛି । ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାସ୍ଥଳରେ ରେଳବାଇ କର୍ତ୍ତୃପକ୍ଷ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲେ। ଏହି ଅଘଟଣ ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ଦେଇଛି ରେଳବାଇ। ମରାମତି ଶେଷ ହେବା ପରେ ଘଣ୍ଟାଏ ବିଳମ୍ବରେ ରାଜଧାନୀ ପୁଣି ଯାତ୍ରା ଆରମ୍ଭ କରିଥିଲା । 

Leave A Reply

Your email address will not be published.