ଆମ ଭାରତ ( ଭୁବନେଶ୍ଵର ) ୨୪/୩ : ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିବାର ଶେଷ ତାରିଖ। ଏହା ପୂର୍ବରୁ ଶାସକ ବିଜୁ ଜନତା ଦଳ ତାର ଦ୍ଵିତୀୟ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।ଏହା ପୂର୍ବରୁ ଦଳ ମାର୍ଚ୍ଚ ୧୮ରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ୯ଟି ଆସନକୁ ମିଶାଇ ଦଳ ମୋଟ୍ ୬୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।
ଏ ହେଉଛି ୯ଟି ଆସନର ପ୍ରାର୍ଥୀ
ବଲାଙ୍ଗୀର- ଅର୍କେଶ ନାରାୟଣ ସିଂହ ଦେଓ
ସମ୍ବଲପୁର- ରାସେଶ୍ଵରୀ ପାଣିଗ୍ରାହୀ
ରେଢାଖୋଲ- ରୋହିତ ପୂଜାରୀ
ବ୍ରଜରାଜନଗର- କିଶୋର ମହାନ୍ତି
ଲାଞ୍ଜିଗଡ଼- ପ୍ରଦୀପ କୁମାର ବିଶ୍ଵାଳ
ଝରିଗାଁ- ପ୍ରକାଶ ଚନ୍ଦ୍ର ମାଝୀ
ମାଲକାନଗିରି- ମୁକୁଲ ସୋଢି
ପଟାଙ୍ଗୀ- ପ୍ରୀତମ ପାଢୀ
ଲୋଇସିଂହା-ପ୍ରଦୀପ ବେହେରା